ସଂକଳ୍ପ ପତ୍ର - ୨୦୧୯

ଆମର ଲକ୍ଷ୍ୟ-ଆମ ସିଦ୍ଧାନ୍ତ ଓ ମୂଲ୍ୟବୋଧ ଭିତ୍ତିରେ ଏକ ଆଧୁନିକ, ସମୃଦ୍ଧ, ଏବଂ ଶକ୍ତିଶାଳୀ ଭାରତ ଗଠନ; ଏକ ଭାରତ ଶ୍ରେଷ୍ଠ ଭାରତ ଗଠନ । ଆଧୁନିକ ଜ୍ଞାନ କୈାଶଳ ଭିତ୍ତିରେ ସମାଜକୁ ବଦଳାଇବା ଅର୍ଥନୀତିକୁ ବିକଶିତ କରିବା – ଶକ୍ତିଶାଳୀ ଓ ଅଭିଜ୍ଞ ହେବା, ଲୋକଙ୍କୁ ଶକ୍ତିଶାଳୀ କରିବା । ବିଜେପି ଏହି ଉଦ୍ଦେଶ୍ୟରେ ଅବିରତଭାବେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଓଡିଶାର ସର୍ବାଙ୍ଗୀନ ଉନ୍ନତି କରି ଏହାକୁ ପୂର୍ବଭାରତର ଏକ ଅଗ୍ରଣୀ ରାଜ୍ୟ ରୂପେ ଗଢିବା ଆମର ଲକ୍ଷ୍ୟ । ଓଡିଶାର କୃଷକ, ଶ୍ରମିକ, ମହିଳା, ଯୁବଶକ୍ତି, ଛାତ୍ର ସମାଜ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଓ ଆର୍ଥିକ ଅନଗ୍ରସର ସମସ୍ତଙ୍କର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଂକଳ୍ପବଦ୍ଧ । ଆମେ ସମସ୍ତେ ମିଳିମିଶି ଆମ ସମସ୍ତଙ୍କ ଭବିଷ୍ୟତ ପାଇଁ ଏହା କରିବା । ଏବେ ବିଶ୍ରାମ ନେବାର ବେଳ ନୁହେଁ । ଏବେ ଆମେ ପ୍ରତ୍ୟେକ ଜନସାଧାରଣ ଜାଗ୍ରତ ହେବା ଏବଂ ଆମର ଶକ୍ତି ଅନୁସାରେ ଏହି ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନେବା ।

(କ) ଆପଣଙ୍କ ସଂକଳ୍ପ କ’ଣ

ଆପଣଙ୍କ ସମ୍ପର୍କରେ ଲେଖନ୍ତୁ

ଆପଣ ବାସସ୍ଥାନ ?